Manini Re Mana Teja Eniki

ମାନିନୀ ରେ ମାନ ତେଜ ଏଣିକି
(Anonymous— Raga Nagadhwani, Tala Ekatali)
(ଅଜ୍ଞାତ କବି— ରାଗ ନାଗଧ୍ୱନି, ତାଳ ଏକତାଳି)

ମାନିନୀ ରେ ମାନ ତେଜ ଏଣିକି । ଘୋଷା ।

ସଜଳ ନୟନେ କଜ୍ଜ୍ୱଳ ଲଗାଇ
ସଜାଇ ଦେଲା କେ ଫୁଲ ବେଣୀ
(ପଡ଼ି)
ଅଭିସାରେ ସାଜ ସାଜି ଆଜି ଗୋରୀ
ନୂପୁର ବଜାଇ ଚାଲେ ଥିରିଥିରି
କଟୀରେ କିଙ୍କିଣୀ ବାଜେ କିଣିକିଣି
ଏଣୀନୟନା ସେ ମଧୁ ଛାଣିକି । ୧ ।

ଡାକେ ମୁରଲୀ ରାଧା ରାଧା ବୋଲି
ନୀଳ ନଭେ ଶଶୀ ଖେଳେ ଲୁଚକାଳି
ଯମୁନା ତଟିନୀ ବହଇ ଊଜାଣି
ସରାଗରେ ଘେନି ସଖୀ ଶ୍ରେଣୀକି । ୨ ।