(ଉପେନ୍ଦ୍ର ଭଞ୍ଜ— ରାଗ ଘଣ୍ଟାରବ, ତାଳ ଏକତାଳି)
ପ୍ରୋଷିତ ପତ୍ରିକା
ସଙ୍ଗାତ ସ୍ୱାମୀ ମୋ ବିଦେଶ ଯିବାର
ସ୍ୱଉପାୟେ ବିଘ୍ନ କଲି ଅତିବିଜ୍ଞ ପୁଂସବର ରେ । ଘୋଷା ।
ସୁମଙ୍ଗଳ କୁମ୍ଭେ ସଖୀ ସହକାରୀ ଶାଖା ଦେଖି
ଷଟପଦ ମାଳାଏ ଲେଖି ସଜଳ କଲି ଯେ ଆଖି ରେ । ୧ ।
ସତଣ୍ଡୁଳ କରେ ଯାଇଁ ସୂତକ ଶୁଭେ ଦେଖାଇ
ସ୍ୱେଦ ଅଙ୍ଗ ତାତି ପାଇ ସେହି ଗଲା ଅନ୍ୟ ହୋଇ ରେ । ୨ ।
ଶାଢ଼ୀ ଶେଷୁଁ ନବ ଗଣି ସେ ଦଶି ଛିଣ୍ଡାଇ ପୁଣି
ସମର୍ପି ଦଶନେ ପାଣି ସ୍ମିତେ ଚାହିଁଲେ ସେକ୍ଷଣି ରେ । ୩ ।
ସମ୍ଭୂତ କଲି କି ପ୍ରୀତି ଶ୍ୱାସକୁ ତେଜି ଝଟତି
ସେ ଭାବ ତାଙ୍କ ପ୍ରତୀତି ସୁମରନ୍ତେ ରତିପତି ରେ । ୪ ।
ସହନ୍ତି କେହି ଅନ୍ତର ସରନ୍ତା ଗରବ ମୋର
ସର୍ଜେ ରୀତି ବୀରବର ସ୍ପଷ୍ଟ ପ୍ରୋଷିତ୍ପତ୍ରିକାର । ୫ ।