(ଉପେନ୍ଦ୍ର ଭଞ୍ଜ— ରାଗ ମରୁଆ)
ନାଳୀ ଅନୁରାଗ
ଚତୁରୀ ଚାତୁରୀ ପ୍ରେମ ସରି
ଚତୁର୍ଦ୍ଦଶ ପୁରେ ଏ ଅନୁରାଗରେ
ନ ଥିବେ କେହି ରସିକା ନାରୀ । ଘୋଷା ।
ଚତୁରାକ୍ଷ ବେଳେ ଡୋଳା ମାତ୍ର ଖେଳେ
ଅପାଙ୍ଗସୀମାନ ବଳି ରହେ
ଚତୁର୍ଥୀର ଶଶୀ ଅର୍ଦ୍ଧ ହାସ ଦିଶି
ନ ଦିଶି ରଙ୍ଗ ଅଧର ଶୋହେ । ୧ ।
ଚାରୁ ମୃଦୁ ଗିର କହନ୍ତେ ମାତର
କର୍ଣ୍ଣପୁଟ ପୁଟ କରି ରହେ
ଚିତ୍ତ ଅମରଷେ ଭ୍ରମେ ସଂବେଶେ
କଳୁଷ କଂସ କଦାପି ନ ରହେ । ୨ ।
ଚାତୁର୍ଯ୍ୟେ କେ କାହା ଗୁଣ ଉଦ୍ଘାଟନ
ନ କରି ରହି ମାନସ ରସି
ଚିତ୍ତଜ ରସ ପୂରିତ ଅଙ୍ଗଦେଶେ
କିଛି କେ ନୁହନ୍ତି ପରଶଂସି । ୩ ।
ଚନ୍ଦନ କର୍ପୂର ଚମ୍ପାଦାମ ଉର
ଦେଶେ କେଶରେ ସୁବେଶ ନୋହି
ଚଞ୍ଚଲାପିତା ସମାନ ଅବର୍ଦ୍ଧନ
ତୁଟ ରହିତ ସର୍ବଦା ବହି । ୪ ।
ଚିତୁଅରସିକେ କେମନ୍ତେ ଏ ନୀଳା
ରାଗ ଲକ୍ଷଣ ସହଜେ ସାର
ଚିତ୍ରକୂଟ ସ୍ଥାୟୀ ସୀତା ରାମ ଯଥା
ତାଙ୍କୁ ଭଜେ ଭଞ୍ଜ ବୀରବର । ୫ ।