Bhala Rachila Bala Chitraku

ଭଲା ରଚିଲା ବାଳା ଚିତ୍ରକୁ
(Gourachandra Gajapati— Raga Kumbha Kamodi, Tala Ekatali)
(ଗୌରଚନ୍ଦ୍ର ଗଜପତି— ରାଗ କୁମ୍ଭକାମୋଦୀ, ତାଳ ଏକତାଳି)

ଭଲା ରଚିଲା ବାଳା ଚିତ୍ରକୁ ରେ । ଘୋଷା ।

ଚାରୁ ଚିବୁକ ଧରି ବିନୟ ହୋଇକରି
ରସାଅ ବୋଲିଦେବା ମାତ୍ରକୁ ରେ
ନାସାପୁଟ ଫୁଲାଇ ଗେଲାଇ ନାହିଁ ନାହିଁ
କହି ଢଳିଲା ମୋର ଗାତ୍ରକୁ ରେ । ୧ ।

ନଚାଇ ପୃଷ୍ଠେ ବେଣୀ ହଲାଇ ନାସାମଣି
ଭୁଲାଇ ନେଲା ମନ ନେତ୍ରକୁ ରେ
କଟୀର ଚମକରେ ରସନା ଝମକରେ
ଛାଡ଼ିଲା ଭୀତି କାମଶସ୍ତ୍ରକୁ ରେ । ୨ ।

ବିଳସାଇ କିଞ୍ଚିତେ ମନ୍ଦାବଲକ୍ଷ ସ୍ମିତେ
ଖୋଷିଲା ନେତ୍ର ଶତପତ୍ରକୁ ରେ
ହେଲା ବୋଲିଣ ଭାଷି ମଦନ ମଦାଳସୀ
ଉଚ୍ଚାରି ଇଷି ଇଷି ମନ୍ତ୍ରକୁ ରେ । ୩ ।

ଉରଦେଶରେ ନେଇ ଢାଳିଲା ପ୍ରାଣସହୀ
ଉରଜ ପ୍ରେମ ସୁଧା ପାତ୍ରକୁ ରେ
ଅଳି ନୀଳକୁନ୍ତଳା ଭାଳି ଲିଭାଇ ଦେଲା
ଜଳିବା ସ୍ମର ବୀତିହୋତ୍ରକୁ ରେ । ୪ ।

ଭାଷେ ଶ୍ରୀ ଗଜପତି ଗୌରଚନ୍ଦ୍ର ଭୂପତି
ଟେକାଇ ଦେଇ ଜୟ ଛତ୍ରକୁ ରେ
ସୁଶୀଳା ଗୁଣବତୀ ଦେଇ ସ୍ୱର୍ଗ ସମ୍ପତ୍ତି
ପୁହାଇଦେଲା ରଙ୍ଗେ ରାତ୍ରକୁ ରେ । ୫ ।