(ଗୋପାଳକୃଷ୍ଣ— ରାଗ ଚକ୍ରବାକ, ତାଳ ଯତି)
କେତେ କାଳ ହେଲା ଦେଖି ନାହୁଁ ସହୀ
ଶେଯ ଯାକ ତିନ୍ତିଗଲା ଲୁହ ବହି ବହି । ଘୋଷା ।
ତରଣୀ ପୂଜି ଗଲୁ ଏକ୍ଷଣି ତ ଅଇଲୁ
ଅଣ୍ଟିଲା ନାହିଁକି କଣ୍ଠୀରବ ମଧ୍ୟା
ହାର ପରି ହୃଦେ ଥିଲୁ ରହି । ୧ ।
ଆହା କି ଅସମ୍ଭବ କେ ଶୁଣିଲେ ହସିବ
ବନୁ ଘେନୁ ପଛେ ବଂଶୀ ବଜାଇ ସେ
ଗଲେ ବାଟ ଜଗିଥିଲୁ ତୁହି । ୨ ।
ନିଶି ଦିନ କଣ୍ଠରେ ବାଲି ବୁଲିବୁ କିରେ
ଏ କି ଆଲୋକିତ ଆହା ପ୍ରାଣମିତ
ତୋ ଲାଗି ତ ବୁଦ୍ଧି ଦିଶୁ ନାହିଁ । ୩ ।
ଲଳିତା ପଣନ୍ତରେ ମୁଖ ପୋଛି ସତ୍ୱରେ
ଗୋଳି କସ୍ତୁରୀ ଚିବୁକ କରେ ଧରି
ଦେଲେ ବିଚିତ୍ର ମକରୀ ଲିହି । ୪ ।
ସେ ପ୍ରତିମା ନେତ୍ରର ଏ ଜୀବନ ଜୀବର
ପଲକ ଅନ୍ତର ଜଗତ ଅନ୍ଧାର
ଦିଶୁଛି ଗୋପାଳକୃଷ୍ଣ କହି । ୫ ।