Jete Kahile Tote Kisori Mani

ଯେତେ କହିଲେ ତୋତେ କିଶୋରୀ ମଣି
(Gopalakrusna— Raga Bagesri, Tala Ekatali)
(ଗୋପାଳକୃଷ୍ଣ— ରାଗ ବାଗେଶ୍ରୀ, ତାଳ ଏକତାଳି)

ଯେତେ କହିଲେ ତୋତେ କିଶୋରୀ ମଣି
ପ୍ରତେ ନ କରି ବୋଇଲୁ ଯେ କେ ଜାଣି । ଘୋଷା ।

ସର୍ବଦା ସୁପ୍ରସନ୍ନ ସଜ କଞ୍ଜ ଲପନ
ଶୁଖାଇ ନୟନରୁ ପୋଛିଲୁ ପାଣି । ୧ ।

ସୁନ୍ଦର ପୁରନ୍ଦର ମୁକୁଟ ଅଳଙ୍କାର
ହେଲେ କି ପଦେ ସତ ନାହିଁ ତା ବାଣୀ । ୨ ।

ଅଦ୍ୱିତୀୟ ବିଦଗ୍ଧ ଧୀର ଶୀଳ ସୁସ୍ନିଗ୍ଧ
ହୋଇ କି ହେବ ଜାର ବର ଅଗ୍ରଣୀ । ୩ ।

ଆଉ ସେ ପରସଙ୍ଗ ବୋଲି ଦମ୍ଭରେ ଅଙ୍ଗ
ଭାଙ୍ଗି ଦେଲୁ ନାହୁଁ କି ଜୃମ୍ଭାକୁ ଆଣି । ୪ ।

ମନକୁ ନ ଆସିଲେ ଅସାର ଭଲ ହେଲେ
ବୋଲୁ ଉଠିଗଲୁ ରେ ପ୍ରାଣ ମିତଣୀ । ୫ ।

ଆସ ଆସ ଉଛୁର ହେଲାନି ଅଭିସାର
କାଳ ଆଗ ସଜାଡ଼ିଦେବି ମୁଁ ବେଣୀ । ୬ ।

ହେଲାନି ହେଲା କଥା ହୋଇବ କି ଅନ୍ୟଥା
ଗୋପାଳକୃଷ୍ଣ ଶ୍ରୀ ଲଳିତାଙ୍କୁ ଭଣି । ୭ ।