Sundara Tote E Riti

ସୁନ୍ଦର ତୋତେ ଏ ରୀତି
(Gopalakrusna— Raga Kaphi, Tala Jati)
(ଗୋପାଳକୃଷ୍ଣ— ରାଗ କାଫି, ତାଳ ଯତି)

ସୁନ୍ଦର ତୋତେ ଏ ରୀତି କି ରେ ନବ ରସବତୀ
ସଂପ୍ରତି ଶଯ୍ୟା କଲୁ ଧରତୀ । ଘୋଷା ।

ତେଜି ଅଶନ ଶୟନ ସୁବର୍ଣ୍ଣ ତୋରା ବରନ
ଜୀବନ ବନ୍ଧୁ କଲୁ ମଳିନ । ୧ ।

ବାଳୁତ କାଳୁ ସେ ହରି ଜାଣିଛୁ ନାଶିଛି ନାରୀ
କିଶୋରୀ ଦେଲୁ କି ରେ ବିସୋରି । ୨ ।

ବ୍ରଜବଧୂ ଶତଭୁକ୍ତ ମୁକ୍ତ ଜନେ ଅନରକ୍ତ
ଅଯୁକ୍ତ ବୋଲୁ ହେଲୁ ଆସକ୍ତ । ୩ ।

ଗୋପାଳକୃଷ୍ଣ ଭାଷଇ ଲଳିତା ଅଙ୍କେ ପକାଇ
ଘେନାଇ କହିବାର ଚିହ୍ନାଇ । ୪ ।