Mo Manaru Jau Nahi Re Sangata

ମୋ ମନରୁ ଯାଉ ନାହିଁ ରେ ସଙ୍ଗାତ
(Gopalakrusna— Raga Sena, Tala Rupaka)
(ଗୋପାଳକୃଷ୍ଣ— ରାଗ ସେନା, ତାଳ ରୂପକ)

ମୋ ମନରୁ ଯାଉ ନାହିଁ ରେ ସଙ୍ଗାତ । ଘୋଷା ।

ବ୍ରଜେନ୍ଦୁ ବୋଲି କେ ଜାଣଇ ତମାଳ
ଭ୍ରମରେ ଦେଲି ଅନାଇ ରେ । ୧ ।

ବରହ ମୁକୁଟ ଖଞ୍ଜଣି ଚାତୁରୀ
ବିବେକ ଦେଲା ହଜାଇ ରେ । ୨ ।

ରହି ରହି ଡୋଳା ଢାଳି ଦେଇ ଶ୍ରୁତି
ତଟେ ଦେବାର ଥକାଇ ରେ । ୩ ।

ଗୋଷ୍ଠେନ୍ଦୁ ପୁଣ୍ୟ ପୁଞ୍ଜ ଅନୁଭବକୁ
ଅଛିଟି କାହାରି ପାଇଁ ରେ । ୪ ।

ପୁଷ୍ପବାଟୀ ଶିଳା ବେହରଣ କଥା
ଗୋପାଳକୃଷ୍ଣ କହଇ ରେ । ୫ ।