Syama Aparadhini Mun Sangini

ଶ୍ୟାମ ଅପରାଧିନୀ ମୁଁ ସଙ୍ଗିନୀ
(Gopalakrusna— Raga Bilahari, Tala Ekatali)
(ଗୋପାଳକୃଷ୍ଣ— ରାଗ ବିଲାହାରୀ, ତାଳ ଏକତାଳି)

ଶ୍ୟାମ ଅପରାଧିନୀ ମୁଁ ସଙ୍ଗିନୀ । ଘୋଷା ।

ଚନ୍ଦ୍ରାବଳୀକି ଅଣାନ୍ତୁ ସେ ଡାକି
ସେ ସିନା ହୃଦର ବିଳାସିନୀ ଗୋ । ୧ ।

ଗଲେ ଯିବ ଯେଣେ ନ ଛାଡ଼ିବ କ୍ଷଣେ
ଗହଣେ ଥିବ ଦିନ ରଜନୀ । ୨ ।

ମୋର ତହୁଁ ବଳି ଅଛନ୍ତି ଗୁଆଳୀ
ଯିବେ ତ କଲେ ମୁରଲୀ ଧ୍ୱନି । ୩ ।

ମଥା ମୋର ବ୍ୟଥା କହି ନୁହେ କଥା
ତୋ କୁନ୍ଦମାଳା ତୁ ନିଅ ଘେନି । ୪ ।

କହଇ ଗୋପାଳକୃଷ୍ଣ ସହୀ ଚଳ
ପ୍ରୀତିର ଫଳ ତ ମିଳିଲାନି । ୫ ।