Sri Goura Chandra Pada

ଶ୍ରୀ ଗୌରଚନ୍ଦ୍ର ପଦ ବନ୍ଦରେ ମାନସ
(GopalakrusnaKhemata)
(ଗୋପାଳକୃଷ୍ଣଖେମଟା)

ଶ୍ରୀ ଗୌରଚନ୍ଦ୍ର ପଦ ବନ୍ଦରେ ମାନସ
ଏ ଏକା ଶ୍ରୀ ରାଧା ଗୋବିନ୍ଦ ରେ । ଘୋଷା ।

ବ୍ରଜବିଧୁ ଶ୍ରୀମତୀ ହୋଇ ଗୋଟିଏ ମୂର୍ତ୍ତି
ଜନ୍ମିଛନ୍ତି ଶ୍ରୀ ଶଚୀ ଉଦରେ । ୧ ।

ସ୍ୱ ସ୍ୱ କଳ୍ପନା ବିଧି ଦୟା ସଦ୍‌ଗୁଣ ନିଧି
ସଦା ବେଷ୍ଟିତ ଭକ୍ତବୃନ୍ଦ ରେ । ୨ ।

ମହା ଭାବ ଉଜ୍ଜ୍ୱଳ ରସ ପୀତି ଶ୍ୟାମଳ
ପର ତତ୍ତ୍ୱ ହେଲାର ଦ୍ୱନ୍ଦ୍ୱ ରେ । ୩ ।

ଜଗ ନେତ୍ର ସମ୍ପତ୍ତି ବଦାନ୍ୟ ଚକ୍ରବର୍ତ୍ତୀ
ଯା ନାମାମୃତ ସର୍ବସ୍ୟନ୍ଦ ରେ । ୪ ।

ଏ କୃପା ପାରାବାର ପ୍ରତ୍ୟକ୍ଷ ହୋଇବାର
ଦେଖିଛନ୍ତି ଶ୍ରୀ ରାମାନନ୍ଦ ରେ । ୫ ।

ଗୋପାଳକୃଷ୍ଣ ଭଣେ ଶ୍ରୀନାମ ଅନୁକ୍ଷଣେ
କୀର୍ତ୍ତନ କରୁଥା ଆନନ୍ଦରେ । ୬ ।