Pahi Pahi Mam

ପାହି ପାହି ମାଂ
(Tankadhara— Raga Malaba, Tala Tripata)
(ଟଙ୍କଧର— ରାଗ ମାଳବ, ତାଳ ତ୍ରିପଟା)

ପାହି ପାହି ମାଂ
ତ୍ରାହି ଶ୍ରୀ ଜଗଦ୍‌ଗୁରୁ ପରଂବ୍ରହ୍ମ
ରୋହିତ ସ୍ୱରୂପ ଧାରଣଂ । ଘୋଷା ।

ଉପଇନ୍ଦ୍ର ସପ୍ତ ଦ୍ୱୀପ ବ୍ୟାପକ
ଦ୍ରୌପଦୀ ତ୍ରପା ନିସ୍ତାରଣ
ପାପମାପଶାପ ଲୋପକ
ତାପତ୍ରୟ ନିବାରଣ । ୧ ।

ଚଣ୍ଡକର ମାରତଣ୍ଡ ବ୍ରହ୍ମାଣ୍ଡ
ଭାଣ୍ଡ ଉଜ୍ଜ୍ୱଳ କାରଣ
କୁଣ୍ଡଳାକୃତି ମଣ୍ଡଳଦୃତି
ଦଣ୍ଡଧର ତମଖଣ୍ଡନ । ୨ ।

ହୈମବତିଧବ ବ୍ୟୋମକୁନ୍ତଳ
ଭୀମ ଭବ କାମ ଦହନ
ହେ ମହେଶ୍ୱର ସୋମ ଶେଖର
ବାମଦେବ ତ୍ରିଲୋଚନ । ୩ ।

ପୁଷ୍ପଶର ବିରାଧୀଶ୍ୱର ମାର
ବିଶ୍ୱଜୟ ଧନୁର୍ଧାରଣ
ହେ ସ୍ମରପରମେଶ୍ୱରରାତ୍ମଜ
ବିଶ୍ମକେତୁ ଝସକେତନ । ୪ ।

ୟେକଦନ୍ତ ଅନେକ ପାନନ
ଶ୍ରୀକଣ୍ଠସୂନୁ ବିନାୟକ
ଲୋକବନ୍ଦ୍ୟ ମୂଷିକ ବାହନ
ସକଳ ବିଘ୍ନ ବିନାଶନ । ୫ ।

ଶଙ୍କରାଦି ଦେବତାଙ୍କ ପ୍ରରପଦ
ପଙ୍କଜକୁ ରଜନୀ ଦିନ
ଟଙ୍କଧର ଭାବି ରଙ୍କ ପ୍ରାୟନୀ
ଶଙ୍କରେ କରେ ବନ୍ଦନ । ୬ ।