Utha Babu Paila Sarbari

ଉଠ ବାବୁ ପାଇଲା ଶର୍ବରୀ
(Tankadhara)
(ଟଙ୍କଧର)

ଉଠ ବାବୁ ପାଇଲା (ପାହିଲା) ଶର୍ବରୀ
ହେ ବଂଶୀଧାରୀ । ଘୋଷା ।

ଦାମ ସୁଦାମ ସୁବଳ ସୁବାହୁ ମଧୁମଙ୍ଗଳ
ଆବର ଯେ କାମପାଳ ଆସି ସଙ୍ଗ ବ୍ରଜବାଳ
ଡାକୁଛନ୍ତି ତୁମ୍ଭ ନାମ ଧରି ହେ । ୧ ।

କ୍ଷୁଧାରେ ହୋଇ ଆକୁଳ ବାଧାରେ ଧେନୁ ସକଳ
ନ ପାଇଣ ଜଳ ସ୍ଥଳ ହୁଅନ୍ତି ଅତି ବିକଳ
ଯିବୁ ପରା ଚରାଇ ବାଛୁରୀ ହେ । ୨ ।

ଦିଗ ତ ଦିଶେ ନିର୍ମଳ ରଙ୍ଗିମା ନଭମଣ୍ଡଳ
ଘେନି ପୁଷ୍ପ ପରିମଳ ବହଇ ମନ୍ଦ ଅନିଳ
ଭ୍ରମିଲେଣି ଭୃଙ୍ଗ ଧ୍ୱନି କରି ହେ । ୩ ।

ପୂର୍ବ ଦିଗେ ଦିନମଣି ଉଦୟ ହେବେ ଏକ୍ଷଣି
କାକ କୁକ୍କୁଟଙ୍କ ବାଣୀ ଶୁଣି ଶୀଘ୍ରେ ଦ୍ୱିଜଶ୍ରେଣୀ
ବାହୁଡ଼ିଲେ ଶୌଚ କର୍ମ ସାରି ହେ । ୪ ।

ଗଙ୍ଗବଂଶ କ୍ଷୀରାର୍ଣ୍ଣବ ଚନ୍ଦ୍ର କୃଷ୍ଣଚନ୍ଦ୍ର ଦେବ
ସେବି ଚରଣ ରାଜୀବ ଅପହୁଡ଼ କରି ଜବ
ପ୍ରକାଶିଲେ ଏ ରସ ବିସ୍ତାର ହେ ସାଧୁ ଜନେ । ୫ ।