Mana Matta Duhanla Gai

ମନ ମତ୍ତ ଦୁହାଂଳ ଗାଈ
(Jasobanta)
(ଯଶୋବନ୍ତ)

ମନ ମତ୍ତ ଦୁହାଂଳ ଗାଈ
ଗାଈ ପଳାଇଲା ପଘା ଛିଣ୍ଡାଇ
ସେ ଗାଈ ମହିମା ଦେବାକୁ ଉପମା
କେହି ଏକୋଇଶ ବ୍ରହ୍ମାଣ୍ଡେ ନାହିଂ । ଘୋଷା ।

ଗାଈ ନା ସୁବୁଦ୍ଧି କିଏ ହେଲା ବାଦୀ
ଛିଟିକା ମନ୍ତର କିବା ଜାଣଇ
ବାରବାଟି ବିଲ ପଡ଼ିଆ ଉଠିଆ
ଦିନେ ଗାଈ ଘାସ ଖାଇଲା ନାହିଂ । ୧ ।

ତ୍ରିଗୁଣ ଦଉଡ଼ି କଷି ବାନ୍ଧିଥିଲି
ଛିଣ୍ଡାଇ ପଳାଇ ଗଲା ପଳାଇ
କହେ ଯଶୋବନ୍ତ ଗାଈ ପାଦେ ଆଶ
ଗାଈ କି କେ ଦେବ ମୋ ସୁଧୁରାଇ । ୨ ।