Duti Go Jiba Hansaku Dekhi

ଦୂତୀ ଗୋ ଯିବା ହଂସକୁ ଦେଖି
(Jasobanta)
(ଯଶୋବନ୍ତ)

ଦୂତୀ ଗୋ ଯିବା ହଂସକୁ ଦେଖି
ଥଣ୍ଟ ପକ୍ଷୀ ଭିତରେ ଲୁଚାଇଛି । ଘୋଷା ।

ଅପୂର୍ବ ହଂସର ତିନୋଟି ପାଦ
ଏକ ପାଦକେ ଘୋଟିଛି ଅଗାଧ । ୧ ।

ଏକ ପାଦ ତାର କେଶରେ ସ୍ଥିତି
ଏକ ପାଦ ତାର ଶୂନ୍ୟେ ଗୁପତି । ୨ ।

ଅଣ୍ଡିରା ହଂସର ଏକଇ ଡିମ୍ବ
ଏକ ଡିମ୍ବକେ ଘୋଟିଛି ଅଗାଧ । ୩ ।

ଡିମ୍ବୁ ବାହାରି ଛୁଆ ଉଡ଼ିଗଲା
ଜଳ ଚଳୁକେ ଦେଉଳ ବୁଡ଼ିଲା । ୪ ।

ସେ ହଂସ ଚରଣେ ମୋହର ଆଶ
ଭାବେ ଭଣିଲା ଯଶୋବନ୍ତ ଦାସ । ୫ ।