(ଯଶୋବନ୍ତ)
ଚାଲ ଦେଖିଯିବା ହୋ ଶୂନ୍ୟବେଦୀ ତିନିକୋଣିଆ
କରକେ ବସି ବର ବିଭା ହେଉଛି
ଦୁଇ ପାଖେ ଦୁଇ କନିଆ । ଘୋଷା ।
ଶୂନ୍ୟ ପଣ୍ଡାମାନେ ବିଭା କରୁଛନ୍ତି
ଶୂନ୍ୟେଣ ଶୂନ୍ୟ ମିଶାଇ
ଶୂନ୍ୟ ସ୍ତିରୀମାନେ ବନ୍ଦାଇ ଆସନ୍ତି
ଥିବେ ହୁଳହୁଳି ଦେଇ । ୧ ।
ବିଭାର ଉତ୍ସବ କି ଅବା ବର୍ଣ୍ଣିବା
ଝରୁଛି ଅମୀୟ ନଈ
ପଚିଶଠାରୁ ବିଂଶ ପରିଯନ୍ତେ
ହୋଉଅଛି ଧୁଆଧୋଇ । ୨ ।
ପୂର୍ବରୁ ବର ପଛିମ ଆସଇ
ବାର ବରଜାତି ମେଳେ
ବରଘର ଜାଣି କନିଆ କରିଛି
ବାଟ ବରକୋଳି ମୂଳେ । ୪ ।
ବର ଚଳିଗଲେ କନ୍ୟା ଚଳିଯିବ
ଚଳିଯିବେ ବରଜାତି
ବୋଲେ ଯଶୋବନ୍ତ ଗୁରୁସେବା ଥିଲେ
ପାଇବୁ ନିଶ୍ଚେଂ ତୁ ଗତି । ୫ ।