(ଯଶୋବନ୍ତ)
କି କଲେ ଶ୍ୟାମ ସୁନ୍ଦର କାହ୍ନୁ
ରାତ୍ର ଦିନ ମୋ ନ ଯାଏ ମନୁ
କଦମ୍ବମୂଳିଆ କାହ୍ନୁ
ଘନଘନ କରି ବଜାଏ ବେଣୁ । ଘୋଷା ।
ଓଲଟ କଦମ୍ବ ମୂଳେ ବଜାୟେ
ଉଚ୍ଚାରି ମୁରଲୀ କି ରଙ୍ଗେ ବାୟେ । ୧ ।
ବଂଶୀସ୍ୱନ ଆଣି କେ ଦ୍ୟନ୍ତା ମୋତେ
ଭସାଇ ଦିଅନ୍ତି ଯମୁନା ସ୍ରୋତେ । ୨ ।
ରାଧାକୃଷ୍ଣ ଭାବ ଅମୀୟ ରସ
ଭାବେ ଭଣିଲେ ଯଶୋବନ୍ତ ଦାସ । ୩ ।