Malasri

ମାଗୋ ତାଳୁରେ ଚୂଳ ତା ପୀତବସନ
(Jasobanta)
(ଯଶୋବନ୍ତ)

ମାଗୋ ତାଳୁରେ ଚୂଳ ତା ପୀତବସନ
ଅଧର ରଙ୍ଗ ପଙ୍କଜ ଲୋଚନ
ବାହୁବଳିଣ କଟି ପାଟଡୋର
ପୁଣି ଅଧର ରଙ୍ଗ ଲାଳେ ଜରଜର । ୧ ।

ପୁତ୍ର ନ ଜୀଅନ୍ତି ବୋଲି ଯଶୋବନ୍ତୀ
ନାସା ଫୋଡ଼ି ଖଞ୍ଜେ ମୋତି
x x x x
ପୁଣି ସୁବର୍ଣ୍ଣେ କଣ୍ଠି ବ୍ୟାଘ୍ର ନଖ ଗୁନ୍ଥି । ୨ ।

କୃଷ୍ଣ ତୁଣ୍ଡେ ମାୟେ ଦେଲେ ଲବଣୀ
ବୋଇଲେ ଝୁଲ ବେଣୁଧର ପାଣି
ମାତାଙ୍କ ବଚନେ ଝୁଲେ ମାଧୋଇ
ପୁଣି କୃଷ୍ଣ ଝୁଲନ୍ତେ ଜଗତ୍ର ଝୁଲଇ । ୩ ।

ଅଶେଷ ବ୍ରହ୍ମାଣ୍ଡ ଯେଉଁ ପ୍ରଭୁ ଠାକୁର
ଝୁଲନ୍ତେଣ ମହୀ ଝୁଲେ
ତ୍ରାସ ପାଇଂ ମାୟେ ଧଇଲେ କୋଳେ । ୪ ।

ମାୟେ ବୋଇଲେ ୟେ ଗୋ ବିପରୀତ
କୃଷ୍ଣ ଝୁଲନ୍ତେ ଝୁଲନ୍ତି ଜଗତ
ପୁଅକୁ ନିକି କିଛି ମୋର ଥାଇ
ଅଯାଗେ ନିକି ଦୃଷ୍ଟି ପଡ଼ିଥାଇ
ହରଚଣ୍ଡୀକି ସୁମରଣା କରନ୍ତେ
ପୁଅ ରିଷ୍ଟ ଯାଉ ନାଶ
ପୁଣି ଯଶୋବନ୍ତ ଦାସ ଦାସର ଦାସ । ୫ ।