Dhanya Swami Sri Jasobanta

ଧନ୍ୟ ସ୍ୱାମୀ ଶ୍ରୀ ଯଶୋବନ୍ତ
(Lohi Dasa)
(ଲୋହି ଦାସ)

Composed in honour of Mahapurusa Jasobanta Dasa
ମହାପୁରୁଷ ଯଶୋବନ୍ତ ଦାସ ଗୋସାଇଁଙ୍କ ଉଦ୍ଦେଶ୍ୟରେ ରଚିତ

ଧନ୍ୟ ସ୍ୱାମୀ ଶ୍ରୀ ଯଶୋବନ୍ତ
ମହିମାରେ କେହି ନ ପାନ୍ତି ଅନ୍ତ
ସ୍ଥଳ ଅଢ଼ଙ୍ଗ ନାଇଲୋ ନନ୍ଦିଗ୍ରାମ
ଚଉରାଶୀ ଆଜ୍ଞା ଯହିଂ ବାଦିତ । ଘୋଷା ।

କ୍ଷତ୍ରିୟ କୁଳରେ ଉଦିତ ହୋଇଣ
ମହିମା ତୁମ୍ଭର ହେଲା ବିଖ୍ୟାତ
ଅନନ୍ତ ଅଚ୍ୟୁତ ବଳରାମ
ଜଗନ୍ନାଥ ଯଶୋବନ୍ତ
ଏ ପାଞ୍ଚ ଭକ୍ତ । ୧ ।

ବଟ ବକୁଳ ଓଶସ୍ତ ଚୂତ
କଦମ୍ବ ଏ ପାଞ୍ଚ ଗୋସ୍ୱାମୀଙ୍କର ସଙ୍କେତ
ସ୍ଥଳରେ ମହିମା କି ଦେବା ଉପମା
ଆଡ଼ ଦୀର୍ଘେ ପାଞ୍ଚ ହଜାର ହାତ । ୨ ।

ଅଠରଶ ନାଗା ଗୁପତ ହୋଇଣ
ନଳିନୀ ପୋଖରୀ ତଟରେ ସ୍ଥିତ
ମାର୍ଗଶୀର ମାସ ଓଢ଼ଣ ଷଷ୍ଠୀରେ
ଦିଦାର୍ଦ୍ଧ ଯେ ମହୋତ୍ସବ ରଞ୍ଚିତ । ୩ ।

ସନ୍ତଧାରୀ ମଠ ମହନ୍ତ ସହିତେ
ଠାବେ ଠାବେ ଧୁନି କରନ୍ତି ନୃତ୍ୟ
ବାମ ପାରୁଶରେ ବିଜେ କରିଛନ୍ତି
ଲକ୍ଷ୍ମୀ ଶାଳଗ୍ରାମ ଶ୍ରୀ ଗୋପୀନାଥ । ୪ ।

ପାଉଥାଏ ଶୋଭା ଜନମନ ଲୋଭା
ସର୍ବାଙ୍ଗେ ଚନ୍ଦନ ବସ୍ର ଭୂଷିତ
କହେ ଲୋହିଦାସ ପଶୁଛି ଶରଣ
ପଦ୍ମପାଦ ତଳେ ରହୁ ମୋ ଚିତ୍ତ । ୫ ।