Mana Bhrama Re E Phulare Nahin Basa

ମନ ଭ୍ରମରା ରେ ଏ ଫୁଲରେ ନାହିଁ ବାସ
(Gorekha DasaKhemata)
(ଗୋରେଖ ଦାସଖେମଟା)

ମନ ଭ୍ରମରା ରେ ଏ ଫୁଲରେ ନାହିଁ ବାସ
କାହିଁ ପାଇଁ ତୁହି ବାଇ ହୋଇଅଛୁ
ତୁହି ପାଇବୁ କି ଯଶ । ଘୋଷା ।

ଫୁଟି ମଲ୍ଲୀ ଚମ୍ପା ଚହଟି ଗଲାଣି
ବାସି ହୋଇଲାଣି ବାସ
ବାରବାର ତୋତେ ମନା କରୁଅଛି
ପାଇବୁଟି ଅପଯଶ । ୧ ।

ପର୍ବତ ଶିଖରେ ପଦ୍ମ ଫୁଟିଅଛି
ଓଲଟି ରହିଛି ପୁଷ୍ପ
ଯେବେ ତୁ ପାଇବୁ ସେଇଠାକୁ ଯିବୁ
ନିଶ୍ଚିନ୍ତେ ହୋଇବୁ ତୋଷ । ୨ ।

ସେଠାରୁ ତ୍ରିବେଣୀ ବହୁଛି ଉଜାଣି
ତହିଁରେ ଖେଳୁଛି ହଂସ
ଅମୁହାଁ ଦେଉଳେ ଘଣ୍ଟା ବାଜୁଅଛି
ନାହିଁ ରଜନୀ ଦିବସ । ୩ ।

ଅଣସୂତ୍ର ମାଳା ବାମ କରେ ଧରି
ଭଜୁଅଛନ୍ତି ମହେଶ
ମାଳା ହଜିଗଲେ ଭେଳା ବୁଡ଼ିଯିବ
କହଇ ଗୋରେଖ ଦାସ । ୪ ।