(କବିସୂର୍ଯ୍ୟ ବ୍ରହ୍ମା)
ମାତ ଜନନୀ ଗୋ ଯାଉଛି ବନେ
ଚଉଦ ବରଷେ ଫେରି ମୁଁ ଆସିବି
ବଞ୍ଚିଥିଲେ ତୋ କଲ୍ୟାଣେ ଜୀବନେ । ଘୋଷା ।
ପ୍ରଭାତି ଉଠି ମେବା କେ ଦେବ
ନୀଳମଣି ବୋଲି କିଏ ଡାକିବ
ଆଦର କରି କେ କୋଳେ ବସାଇବ
କେ ମୁଖ ଚୁମ୍ବିବ ତବ ବିହୁନେ । ୧ ।
ବାଳକ ଅବସ୍ଥା ବଡ଼ କଠିନ
କେତେ ଯତନେ କରିଛି ପାଳନ
ଏକାଳେ ବିଧାତା କରୁଅଛି ଭିନ୍ନ
କୃପା କରିଥିବ ଦାସେ ସୁମନେ । ୨ ।
କେବଳ ଦୁଃଖ ରହିଲା ମୋ ମନେ
ସେବା କରିନାହିଁ ଶ୍ରୀପଦେ ଦିନେ
ହୋଇ ପରିତ୍ରାଣ ନାହିଁ ମୋତେ ଦିନେ
କି କହିବେ ମୋତେ ତ୍ରୟ ଭୁବନେ । ୩ ।
ନମସ୍କାର କରି ମାତା ପୟରେ
ନମି ସୀତା ଲକ୍ଷ୍ମଣ ସହିତରେ
କୈକେୟୀ ମାତା ଭାଷା କପଟରେ
ଅସ୍ତାଚଳେ ହେରି ଗଲେ ଯେମନେ । ୪ ।
ସଦାନନ୍ଦ ଦାସ ଭାଷେ ଏ ଶୋକେ
ପ୍ରଣମିଲେ ପାଦେ ଅଯୋଧ୍ୟା ଲୋକେ
ଆକୁଳେ ଜପିଲେ ରାମଙ୍କୁ ଥୋକେ
ନ ରହିଲେ ଦଣ୍ଡେ ଆଉ ମଦନେ । ୫ ।