(ଅଜ୍ଞାତ କବି)
ରଖ ବାଜଣା ରଖ ପଖଉଜ ବାଣୀ
ମଖମଲ ବାଣୀ ବାଜେଣା । ଘୋଷା ।
ଭଲ ଏ ନଉବତ କୁଞ୍ଜ ହୋଇଛି ମିତ
ନିଦ୍ରାଳୁ ହେଲେଣି ପାଟଣା । ୧ ।
ନିକଟେ ରଟିବାର ପ୍ରକଟି ବାରମ୍ବାର
ଘଟା କି କରୁ ନାହିଁ ଜଣା । ୨ ।
ରଜନୀ ହେଲା ଅର୍ଦ୍ଧ ଆହୁରି ଏ କି ସଧ
ବେତ୍ର ହାତେ ଛାମୁରେ ଜଣା । ୩ ।
ଧରି ଯୋଡ଼ ମସାଲ ବିଜେ କରାଇ ଚାଲ
ମୁଣୋହିଁ ମନ୍ଦିର ଅଙ୍ଗଣା । ୪ ।
ଶୁଣି କିଶୋରୀଚନ୍ଦ୍ର ପାଇଁ ଅତି ଆନନ୍ଦ
ଉଭା ହେଲେ ପହଣ୍ଡ ମଣା । ୫ ।