Sri Jagannatha Krupa Nidhana He

ଶ୍ରୀ ଜଗନ୍ନାଥ କୃପାନିଧାନ ହେ
(Dinabandhuraja)
(ଦୀନବନ୍ଧୁରାଜ)

ଶ୍ରୀ ଜଗନ୍ନାଥ କୃପାନିଧାନ ହେ
କର ଦୀନରେ କୃପାନିଧାନ ହେ । ଘୋଷା ।

ସେବକ ଅପରାଧୀ ହେଲେ କରୁଣାନିଧି
କ୍ଷମା ତ ପ୍ରଭୁପଣ ବିଧାନ ହେ । ୧ ।

ସାଧୁ ଜନଙ୍କ ସଙ୍ଗେ ମଜ୍ଜି କୀର୍ତ୍ତନ ରଙ୍ଗେ
ନ କଲି ତୁମ୍ଭ ଯାତ୍ରା ଲୋକନ ହେ । ୨ ।

ତୁମ୍ଭ ଶ୍ରୀମୂର୍ତ୍ତି ଶୋଭା ଦେଖି ମୋ ନେତ୍ର ଲୋଭା
ନୋହିଲା ବ୍ୟର୍ଥ ହେଲା ନୟନ ହେ । ୩ ।

ସେବା ବିନା ତୁମ୍ଭର ହେ କଞ୍ଜନେତ୍ର ମୋର
ଧିକ୍ ରାଜତ୍ୱ ପ୍ରଭତ୍ୱ ଜୀବନ ହେ । ୪ ।

ଆହେ ଆରତତ୍ରାଣ ହୁଅ ଦୁଃଖୀ ଶରଣ
ଦୀନବନ୍ଧୁ ଦୁଃଖ ବିମୋଚନ ହେ । ୫ ।