Rasa Nidhi Re Basa Mohara Sannidhi

ରସ ନିଧିରେ ବସ
(Dinabandhuraja)
(ଦୀନବନ୍ଧୁରାଜ)

ରସ ନିଧିରେ ବସ ମୋହର ସନ୍ନିଧିରେ । ଘୋଷା ।

ସୁମଧୁରା ଧରା
ଧରୁ କର ହସିତ କୁସୁମ ମଧୁରାଧରା । ୧ ।

ମୁଖ କଳାକର
ଟେକି ପଞ୍ଚଶୀଳ ମୁଖ ମୁଖ କଳାକର । ୨ ।

ନବ ସୁରସାରେ
ତୁ ପରା ମୋ ଅଙ୍ଗ ବିନା ନ ବସୁ ରସାରେ । ୩ ।

ରମ୍ଭା ଉରୁବସି
ଥିଲେ କୋଳେ ମୁଁ ନ ଗଣେ ରମ୍ଭା ଉରୁବଶୀ । ୪ ।

ତୋର ପରିକର
ମାଗୁଅଛି ମୋତେ ରତେ ତୋର ପରିକର । ୫ ।

ଦିଅ ଧନ କର
ଅବଲମ୍ବ ମୋର ସୁଆଦିଆ ଧନ କର । ୬ ।

ହାସ ଆନନରେ
କର ନ କରାଅ ପରି ଆସ ଆନନରେ । ୭ ।

ତତ୍ କାଳଯାକ
ରୁଷିବାର ନୋହେ ଉଚିତ ଉତ୍‌କାଳଯାକ । ୮ ।

ଅତନୁ ପୁରକୁ
ପୁଲକାଇ ଥରେ ଯାଅ ଅତନୁ ପୁରକୁ । ୯ ।

ଅନ୍ତର ସମୟ
କରନା ପୂରାଅ ମତେ ଅନ୍ତର ସମୟ । ୧୦ ।

ବସୁଅନିଦାନ
ପରି ମତେ ଜଣାଅ ନବ ସୁଖ ନିଦାନରେ । ୧୧ ।

ଦୀପ ରାଜ ଗତେ
ତୋ ସ୍ନେହ ମୁଁ ଏକ ନାହିଁ ଦୀପରାଜଗତେ । ୧୨ ।

ହରିଚନ୍ଦନଙ୍କୁ
ଘେନ ଯଥା ବସନ୍ତେ ବିହରି ଚନ୍ଦନଙ୍କୁ । ୧୩ ।