Dhana Ki Range Chahen

ଧନ କି ରଙ୍ଗେ ଚାହେଁ
(Brajanatha Badajena)
(ବ୍ରଜନାଥ ବଡ଼ଜେନା)

ଧନ କି ରଙ୍ଗେ ଚାହେଁ
ତରଙ୍ଗେ ତୁଳ ବାଳ କୁରଙ୍ଗୀ ନୋହେ । ଘୋଷା ।

କଟାକ୍ଷ ତଳୁଥାଇ ଶ୍ରବଣ ସୀମା
ନାଶେ ଅନ୍ୟାୟ ଋଷି ଦମ୍ଭ ଗାରିମା । ୧ ।

ଗଣ୍ଡ ମଣ୍ଡଳେ ପୂରିଥାଇ ତ ହାସ
ଓଷ୍ଠ ପଲ୍ଲବେ ଲବେ କରି ପ୍ରକାଶ । ୨ ।

ଲେଖା ନାରୀ କୁଳେ ସେ ଲେଖା ରସିକା
ଫୁଲାଇ ପ୍ରଫୁଲ୍ଲିତ ତିଳ ନାସିକା । ୩ ।

ଶକ୍ର ଭୁଲିବ ବକ୍ର ଭ୍ରୂଲତା ନାଟେ
ମୃଦୁ ମଧୁରେ ପଶି ପ୍ରେମ ଉତ୍କଟେ । ୪ ।

ହାବ ଭାବ ଲୀଳାଦି ତା ନେତ୍ରେ ଥାଇ
ପ୍ରକାଶ ହୋଏ ରତି ସହି ଅସହି । ୫ ।

ସୁରସେ କବି ବ୍ରଜନାଥ ଭଣଇ
ନାଗରବର ମନ ଏହା ଜାଣଇ । ୬ ।