Harabasa Dekhi Hara Suchi Mate

ହରବାସ ଦେଖ ହର ଶୁଚିମତେ
(Brajanatha Badajena)
(ବ୍ରଜନାଥ ବଡ଼ଜେନା)

ହରବାସ ଦେଖ ହର ଶୁଚିମତେ
ଭୋଗ କରେ ଦିଗମ୍ବରେ
ହେବ ଯେ ରସବଳେ ପ୍ରତିବନ୍ଧକ
ଏହୁ କାନ୍ତର ବସେର ହେ । ୧ ।

ପରବାସେ ଯାଇ ପ୍ରିୟ କାହିଁ ରହି
ପ୍ରଫୁଲ୍ଲ ସୁମନା କୁଳେ
ଏ ଘନସ୍ତନୀ ତ ବରଷିଲେ ଆଗ
-ମନ କରିବ ଯେ ବଳେ ହେ । ୨ ।

ଦରବାର ତେଜି ପୁରକୁ ଆସିବେ
ଦିଅ ରସ ସୁରତରେ
ବରଜନ ନିଶା ସୁଆଇ ମୋଦକ
ହୋଇଛି ଏ କାମନାରେ ହେ । ୩ ।

ଭୋଗୀ ବିଳାସ ଏ ପୁରେ ତାପ ହେତୁ
ବିଶେଷେ ସେ ତ ନାଗର
ମାରଣରେ ପାଞ୍ଚକାଣ୍ଡ ବୁଡ଼ାଉଛି
ଯିବକି ରହିବ ପୁର ହେ । ୪ ।

ଧନ କୁଚଭର ଏକା ହେଲେ ନବ
ସତତ ସୁଖ ନଦୀରେ
କହେ ବ୍ରଜନାଥ ସେ ରସେ ଉନ୍ମତ୍ତ
ହୋଇ ମାତିଲେ ରସରେ ହେ । ୫ ।