Kari Juhara Maguchi Mu Bansi Tote

କରି ଜୁହାର ମାଗୁଛି ମୁଁ ବଂଶୀ ତୋତେ
(Gopalakrusna— Raga Nadaramakeri, Tala Jati)
(ଗୋପାଳକୃଷ୍ଣ— ରାଗ ନାଦରାମକେରୀ, ତାଳ ଯତି)

କରି ଜୁହାର ମାଗୁଛି ମୁଁ ବଂଶୀ ତୋତେ
ହରି କର୍ଣ୍ଣେ କହ ମୋ ଦଶା ତୁରିତେ । ଘୋଷା ।

କୃଷ୍ଣ ମୁଖାରବିନ୍ଦ ସମୀର ମକରନ୍ଦ
ରସିକା ତୁ ଅନୁଗ୍ରହ କର ମୋତେ । ୧ ।

ଅଧରାରୁଣ ମଣି ସଜନର ଗୃହିଣୀ
ପଦାବ୍ଜର ଦୂର ଦୁଃଖ ଜଣା ଯେତେ । ୨ ।

ତ୍ରୈଲୋକ୍ୟ ନିରୁପମ ବ୍ରଜ ବନିତା ପ୍ରେମ
ଚିନ୍ତିଲେ ଶ୍ରୀ ପ୍ରତାପରୁଦ୍ର ସନ୍ତତେ । ୩ ।