Ali Kesara Kunjaru Ailu Ki

ଅଳି କେଶର କୁଞ୍ଜକୁ ଅଇଲୁ କି
(Gopalakrusna— Raga Anandabhairabi, Tala Ekatali)
(ଗୋପାଳକୃଷ୍ଣ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ଅଳି କେଶର କୁଞ୍ଜକୁ ଅଇଲୁ କି
ଜୀବନ ବନ୍ଧୁଙ୍କୁ ମୋ ଦେଖିଲୁ କି । ଘୋଷା ।

ହୋଇ କେତେ ବିନୟକୁ ଆସୁଛୁ ମୁଖ ପାଶକୁ
ଶ୍ରୀ କିଶୋର ଚନ୍ଦ୍ରଙ୍କର କୁଶଳ କି । ୧ ।

କର୍ଣ୍ଣୋତ୍ତଂସ ପୁଷ୍ପେ ବସ କହିଛନ୍ତି କି ସନ୍ଦେଶ
ଭାଷ ଧୀରେ ତୋତେ ପଠିଆଇଲେ କି । ୨ ।

ତୁ ଯାଉନା ପଦ୍ମଠାକୁ କଞ୍ଜ ତଳେ ତୋ ପାଶକୁ
ଅନୁଭବି ତୁ ପଚାରିଲୁ ନାହିଁକି । ୩ ।

ମଧୁବ୍ରତକୁ ପଚାରି ଆଣି ନୟନରୁ ବାରି
ବୋଲନ୍ତି ମୁଁ ସତେ ମନେ ପଡ଼ୁଛି କି । ୪ ।

ଆଳୀ ଭାଷନ୍ତି ବାଳୀଶ ହୋଇଲୁକି ଆସ ଆସ
ପଚାରୁ ଯେ କୀଟ କଥା କହିବ କି । ୫ ।

ମଧୁକର ଉଡ଼ିଗଲା ଗୋପାଳକୃଷ୍ଣ ଭଣିଲା
ପ୍ରିୟ ଅଇଲେ ଚଳ ପୁଷ୍ପବାଟୀକି । ୭ ।