Niparudha Braja Sasi

ନୀପାରୂଢ଼ ବ୍ରଜ ଶଶୀ
(Gopalakrusna— Raga Bihagada, Tala Tripata)
(ଗୋପାଳକୃଷ୍ଣ— ରାଗ ବିହାଗଡ଼ା, ତାଳ ତ୍ରିପଟା)

ନୀପାରୂଢ଼ ବ୍ରଜ ଶଶୀ କରୁ ବାସ କେ ଆକର୍ଷି
ମନ୍ଦ ମନ୍ଦ ହସି ହସି ଲାଜେ ମଜ୍ଜି ନବ ବୟସୀ । ୧ ।

କୁଞ୍ଚିତ କରି ଭ୍ରୂଲତା ପୁଣ ପୁଣ ହୋଇ ବନିତା
ସରାଗରେ ମାଗିବାର ହୃଦେ କୁନ୍ତଳ ବିନ୍ୟାସି । ୨ ।

ଶ୍ରୀ ପ୍ରତାପରୁଦ୍ର ଦେବ ଭାବି ସ୍ୱାନ୍ତରେ ଏ ଭାବ
ପ୍ରେମ ସୁଧାବ୍ଧି ମଧ୍ୟରେ ମଜ୍ଜିଲେ ଦିବସ ନିଶି । ୩ ।