Chinta Re Swanta Nirantara

ଚିନ୍ତରେ ସ୍ୱାନ୍ତ ନିରନ୍ତର
(Gopalakrusna— Raga Dhanasri, Tala Aditala)
(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ, ତାଳ ଆଦିତାଳ)

ଚିନ୍ତରେ ସ୍ୱାନ୍ତ ନିରନ୍ତର
ଜଗଦାନନ୍ଦ ମୁକୁନ୍ଦ ସୁନ୍ଦର ଶରୀର । ଘୋଷା ।

ଏହିଟି ସମସ୍ତ ଛନ୍ଦ ବ୍ରତତୀର ମୂଳକନ୍ଦ
ମହେନ୍ଦ୍ରମଣି ନିର୍ଦ୍ଧୂତ ରୂପୋଦ୍ଧତି ଯାର । ୧ ।

ବାସର ମୁଖ ନଳିନ ପ୍ରସନ୍ନ ଜିଣି ନୟନ
ସ୍ପନ୍ଦନ ନବ ଶିଖଣ୍ଡମଣ୍ଡନକ ବର । ୨ ।

ବଲ୍ଲବୀ ନିକୁରୁମ୍ବର ଭାଗ୍ୟ ସୁକୃତ ପୁଞ୍ଜର
ଶ୍ରୀ ପ୍ରତାପରୁଦ୍ରଙ୍କର ପ୍ରାଣର ଈଶ୍ୱର । ୩ ।