Braja Kisora Ke Seti Heja

ବ୍ରଜ କିଶୋର କେ ସେଟି ହେଜ
(Gopalakrusna— Raga Mukhari, Tala Jati)
(ଗୋପାଳକୃଷ୍ଣ— ରାଗ ମୁଖାରୀ, ତାଳ ଯତି)

ବ୍ରଜ କିଶୋର କେ ସେଟି ହେଜ । ଘୋଷା ।

ସର୍ବଲୋକର ସେବାରେ ସାର
ଯା ମୂର୍ତ୍ତି ବେଦାନ୍ତ ଶିରେ ଅଗୋଚର । ୧ ।

ବ୍ରହ୍ମ ନୈଷ୍ଠିକ ଯୋଗୀମାନଙ୍କ
ହୃଦରେ ଦୁର୍ଲ୍ଲଭ ସ୍ଫୁର୍ତ୍ତି ଲବ ଯାର । ୨ ।

ଗୋପ ପ୍ରମଦା ପଦାବ୍ଜେ ସଦା
ସୁଲଭ ସେ ଶିଖୀଶିଖଣ୍ଡ ଶେଖର । ୩ ।

କରନ୍ତୁ ତୁର୍ଣ୍ଣ ଅଭୀଷ୍ଟ ପୂର୍ଣ୍ଣ
ସେ ଅଛିଦ୍ର ବ୍ରହ୍ମ ବିଗ୍ରହ ଆମ୍ଭର । ୪ ।

ପ୍ରତାପରୁଦ୍ର ଦେବ ନରେନ୍ଦ୍ର
ସେବିଲେ ସେ ଗୋପୀ ଗୋବିନ୍ଦ । ୫ ।