Krusa Karantu Se Krusna

କୃଶ କରନ୍ତୁ ସେ କୃଷ୍ଣ
(Gopalakrusna— Raga Sri, Tala Rupaka)
(ଗୋପାଳକୃଷ୍ଣ— ରାଗ ଶ୍ରୀ, ତାଳ ରୂପକ)

କୃଶ କରନ୍ତୁ ସେ କୃଷ୍ଣ
ଶୁଭାଶୁଭକୁ ଆମ୍ଭର ହେ । ଘୋଷା ।

ଭୁବନ ଗୁରୁଙ୍କର ଆଦର
ଶ୍ରୀ ବ୍ରଜର ଜାର ଭାବ ଯାର
ବ୍ରହ୍ମାର ବ୍ରାହ୍ମୀ ଉତ୍ତର
ମୀମାଂସାରେ ଯେ ଗୋଚର ହେ । ୧ ।

ଶକ୍ରମଣି ମଦହର କାନ୍ତି
ମୂରତିକି ନିରବଧି ଚିନ୍ତି
ଭାବିଲେ ବୀର ପ୍ରତାପ
ରୁଦ୍ରଦେବ
ନୃପବର ହେ । ୨ ।