(ଗୋପାଳକୃଷ୍ଣ— ରାଗ ଭୈରବୀ, ତାଳ ଆଦିତାଳ)
ଏ ନନ୍ଦସୂନୁ ତ୍ରାହି ନ କରିବେ କି
ବିଷାଦ କାହିଁକି ହେ
ଛୁଆଇଁ ଚରଣ ମୋକ୍ଷ କରିଦେଲେ
ବୃକ୍ଷ ଯୁଗଳକୁ ମାନସେ ନାହିଁ କି । ଘୋଷା ।
ସେ ଯମୁନା ତୀରେ ପଶୁପ ସୁତଙ୍କୁ
ଦାବାଗ୍ନି ଭୟରୁ ହେ
ବୁଜଟି ବୋଲି କଲେ ପାନ
ବନ ପରି ଆହା ବହ୍ନିକି ଦୂରରୁ । ୧ ।
ଶରଣାର୍ଥି ତତି ଶରଣ୍ୟ ଏ ଖ୍ୟାତି
ଅଜାଣ୍ଡ କୋଟିରେ ହେ
ମଣି ଶ୍ରୀ ପ୍ରତାପରୁଦ୍ର ଦେବ ଭୂପ
ଭଣିଲେ ସେ ମୂର୍ତ୍ତି ଭାବି ହୃଦୟରେ । ୨ ।