Nabina Kahinki Mora Bina

ନବୀନା କାହିଁକି ମୋର ବିନା
(Lakhminarayana Deba— Raga Bakulabharana, Tala Ekatali)
(ଲକ୍ଷ୍ମୀନାରାୟଣ ଦେବ— ରାଗ ବକୁଳାଭରଣ, ତାଳ ଏକତାଳି)

ନବୀନା କାହିଁକି
ମୋର ବିନା ଅପରାଧେ ମାନ କାହିଁକି । ଘୋଷା ।

କାମ କଳାବତୀ ବୋଲେ ନ କର ନିରାଶ
ଶରଣାଗତ ଜନରେ ଏ କି ପଉରୁଷ । ୧ ।

ତୋ ଲେଖା କରଜ ଗାରେ ଧରାକୁ ନ ଚିର
ଥାଉ ଏ କାମ କରଜେ ଚିଠି ଲେଖିବାର । ୨ ।

ପଙ୍କେରୁହ ଦୃଶା ତୁ ମୋ ଅଙ୍କେ ଗଜଗତି
ନ ମଣ୍ଡୁ ବୃଥାରେ ବସିଅଛୁ ମଥା ପୋତି । ୩ ।

ଭାଷେ ଲକ୍ଷ୍ମୀନାରାୟଣ ତୋ ସ୍ନେହେ ଅଧୀନ
ମାନ ତେଜି ରସବତୀ ଦିଅ ଚୁମ୍ବଦାନ । ୪ ।