Jaya Haladhara Rebati Nayaka

ଜୟ ହଳଧର ରେବତୀ ନାୟକ
(Kabiratna Narayana Misra— Raga Dhannasika)
(କବିରତ୍ନ ନାରାୟଣ ମିଶ୍ର— ରାଗ ଧନ୍ନାସିକା)

ବଳଭଦ୍ରବିଜୟପ୍ରବନ୍ଧ, ଧନାଶୀରାଗେଣ –
ଜୟ ହଳଧର ରେବତୀ ନାୟକ ସୁର ନର ମୁନି ବାଞ୍ଛିତଦାୟକ
ପଦଯୁଗ ନିର୍ଝର ନାୟକ ଦୁର୍ଜୟ ରିପୁଚୟ ଦଣ୍ଡନୁଆ
ଚଟୁଳ ନୀଳ ନିଚୋଳକ କଟିତଟ ପ୍ରକଟ ଚାରୁ ସମୀର ବର କିରୀଟ
କାନ୍ତି ଭାସୁର ବିପୁଳ କଟିତଟ ନିର୍ମଳ ମଣିଗଣ ମଣ୍ଡନୁଆ । ପ୍ରଥମଖଣ୍ଡଃ ।

ମଧୁରହାସ ବିରାଜିତାଧର ଲପନ ନିର୍ଜିତ ପୂର୍ଣ୍ଣ ଶଶଧର
କୁନ୍ଦସୁନ୍ଦର ଲଳିତ କଳେବର ଘୂର୍ଣ୍ଣିତ ବରଲୋଚନୁଆ
ଗଣ୍ଡସ୍ଥଳ ମଣିମଣ୍ଡିତ କୁଣ୍ଡଳ ପାଦାନତ ଅବନୀ ମଣ୍ଡଳ
ନିର୍ଜିତାଖିଳ ଦନୁଜକୁଳ ନିଜ ଭକ୍ତି ଭବଭୟ ମୋଚନୁଆ । ଉଚ୍ଚଖଣ୍ଡୋ ଧ୍ରୁବଃ ।

ସା ସ୍ସା ସ୍ସା ନି ନି ନ୍ନି ଧ ଗ ମପ ଧ ନି ମ୍ମ ଗ ନି ଗ ନି ଗ ନି ଧ୍ଧ ମ
ମ ପନି ଧ ଧ ମ୍ମ ଗ ପ ଗ ସା ସ୍ସ ନି ଧ ଧ ମ ମ ମ୍ମ ଧ ପ ଧ ନି ନ୍ନି ଧରେ
ଦ୍ରାଂ ଦ୍ରାଂ କିଟଥୋଂ ଗିଟନାଂ ଗିଟ ଝେଁ ଝେଁ କ୍ରିଣଠ ଗଣନା କୁ କି କି ଟ ତେ ନ୍ନାଂ ତେ
ନା ତେ ନା ତ୍ରେନ୍ନା ନ୍ନା ତେନ୍ନାଂ ନ୍ତେନା ତେନା ଈ ଆ ରେ । ଆଭୋଗଃ ।