Jaya Jaya Sankara Tanka Pinaka

ଜୟ ଜୟ ଶଙ୍କର ଟଙ୍କ ପିନାକକର
(Kabiratna Narayana Misra— Raga Mallara, Tala Aditala)
(କବିରତ୍ନ ନାରାୟଣ ମିଶ୍ର— ରାଗ ମଲ୍ଲାର, ତାଳ ଆଦିତାଳ)

ଶଙ୍କରବିହାରପ୍ରବନ୍ଧ, ମଲ୍ଲାରରାଗେଣ
ଜୟ ଜୟ ଶଙ୍କର ଟଙ୍କ ପିନାକକର
କିଙ୍କର ଭବଭୟ ମୋଚନୁଆ
ବିନିହତ ଶମ୍ବର ଅରି ଅଜିନାମ୍ବର
ଅମ୍ବରମଣି ଶଶିଲୋଚନୁଆ । ଉଦ୍ଗ୍ରାହଃ ।

ଖଣ୍ଡ ରଜନୀକର ମଣ୍ଡନବର ଶିର
ଗଣ୍ଡଯୁଗଳ ଫଣିକୁଣ୍ଡଳୁଆ
ପ୍ରକଟ ଜଟାତଟ ସୁରତଟିନୀ ନଟ
-ଦମ୍ବୁ କୁସୁମଚୟ ମଣ୍ଡନୁଆ
ଶାରଦ ଶଶଧର କୁନ୍ଦତୁହିନ ବର
-ବୃନ୍ଦ ବିଜୟୀ ରୁଚି ସୁନ୍ଦରୁଆ
ସନକ ସନନ୍ଦନ ମୁନିକୃତ ବନ୍ଦନ
ଚରଣାନତ ପୁରନ୍ଦରୁଆ । ଦ୍ୱିଗୁଣମାତ୍ରୋ ଧ୍ରୁବଃ ।

ନି ଧ୍ଧ ମ ଗ ମ ଧ ନି ରି ମ୍ମ ଗ ରି ଧ ମ
ନି ନ୍ନି ନି ଧ ରି ଗ ମ ଗ ନି ଧ ଧ ମରେ
ଦ୍ରାଂ ଦ୍ରାଂ ଦ୍ରି ମି ଦ୍ରାଂ ଦ୍ରାଂ ଦ୍ରିମିକିଟ ଥୋ ଗିଂଟ ନାଂ ଗି ଟ ତା
କକୁ ରେ ନ କୁ ନା କୁନୈ ତେନା ତେନ ରେ । ଆଭୋଗଃ ।