Chhale Sri Hari Dwaraka Puri

ଛଳେ ଶ୍ରୀହରି ଦ୍ୱାରକା ପୁରୀ
(Kabiratna Narayana Misra— Raga Basanta, Tala Rupaka)
(କବିରତ୍ନ ନାରାୟଣ ମିଶ୍ର— ରାଗ ବସନ୍ତ, ତାଳ ରୂପକ)

ଉଷାଭିଳାଷ ପ୍ରବନ୍ଧ, ବସନ୍ତରାଗେଣ
ଛଳେ ଶ୍ରୀହରି ଦ୍ୱାରକା ପୁରୀ ରଚିଲେ ବରଶୋଭା
ଛଛନ୍ଦେ ଯଦୁକୁଳେ ଆନନ୍ଦେ ବିହରେ ଅତି ଲୋଭା । ଉଦ୍ଗ୍ରାହଃ ।

ଛଇଳବର କା ମା କୁମର ସେ ପୁର ମଧ୍ୟେ ମୋହେ
ଛବି ମଦନ କୋଟି ଦମନ କାମିନୀ ମନ ମୋହେ

ଜଗତେ ଏହି ସେହୁ ରସିକମଣି ଖେଳଇ ରଙ୍ଗେ
ଜାତି ପଦ୍ମିନୀ ବରକାମିନୀ ଜନ ସହସ୍ର ସଙ୍ଗେ । ଦ୍ୱିଗୁଣମାତ୍ରୋ ଧ୍ରୁବଃ ।

ଜିତ ଅଖିଳ ଅହିତବଳ ଭୁଜବିପୁଳ ରାଜେ
ଜୟତି ଅନିରୁଦ୍ଧ ବୀର ଯୁଦ୍ଧେ ଅରି ଗଞ୍ଜେ । ଆଭୋଗଃ ।