Dekhi Jadupati Charu Murati

ଦେଖି ଯଦୁପତି ଚାରୁ ମୂରତି
(Kabiratna Narayana Misra— Raga Kamodi, Tala Rupaka)
(କବିରତ୍ନ ନାରାୟଣ ମିଶ୍ର— ରାଗ କାମୋଦୀ, ତାଳ ରୂପକ)

ଶଙ୍କରବିହାରପ୍ରବନ୍ଧ, କାମୋଦୀରାଗେଣ
ଦେଖି ଯଦୁପତି ଚାରୁ ମୂରତି
ଭୂମିରେ ଭବ ପ୍ରଣମିଲେ
ଭକ୍ତିରସ ଘେନି ମାନସ
ଜୟ ଜୟ ବଚ ଭଣିନେଲେ । ଉଦ୍ଗ୍ରାହଃ ।

ନୟନୁ ନୀର ବହେ ଅଧୀର
କମ୍ପେ ତନୁ ଥରହରେ
ନୀଳକଣ୍ଠ ହୋଇ ସୋତ୍କଣ୍ଠ
ପୁଣ ପୁଣ ପଡ଼େ କ୍ଷିତି ପରେ
ଲଭିଣ ପ୍ରୀତି ଗିରିଜା ପତି
ଭକ୍ତି ଭାବେ ଭୋଳରେ
ନାଚେ ବିକଟ ଥୈ ଥୈକଟ
ବୋଲି ତାକଟ ତାଳରେ । ଦ୍ୱିଗୁଣମାତ୍ରୋ ଧ୍ରୁବଃ ।

ବିହ୍ୱଳମତି ଆକୁଳଗତି
ଗଚ୍ଛତି ଅତି ମନ୍ଦରେ
ପୁଣ ନିପତତି ପୁଣ ଗାୟତି
ପୁଣ ଧ୍ୟାୟତି ଆନନ୍ଦରେ । ଆଭୋଗଃ ।