Tosita Mati Hoi Chandrasekhara

ତୋଷିତମତି ହୋଇ ଚନ୍ଦ୍ରଶେଖର
(Kabiratna Narayana Misra— Raga Baradi)
(କବିରତ୍ନ ନାରାୟଣ ମିଶ୍ର— ରାଗ ବରାଡ଼ି)

ଶଙ୍କରବିହାରପ୍ରବନ୍ଧ, ବରାଡ଼ିରାଗେଣ
ତୋଷିତମତି ହୋଇ ଚନ୍ଦ୍ରଶେଖର ଭଗତିରେ
ପୀତବସନ କୃଷ୍ଣ ଆଜ୍ଞା ଘେନି ତୁରିତରେ । ପ୍ରଥମଖଣ୍ଡଃ ।

ପୁରୁଷୋତ୍ତମ ସମୀପ ଏକ ଆମ୍ର କାନନରେ
ପ୍ରମଥ ସହିତ ଝଟିତି ଚିତ୍ତ ଦେଲେ ଗମନରେ । ଉଚ୍ଚଖଣ୍ଡୋ ଧ୍ରୁବଃ ।

ନନ୍ଦୀଶ୍ୱର ଆଦି ପ୍ରମଥଯୂଥ ସଙ୍ଗତରେ
ବୃଷଭ ଆରୋହି ଚଳିଲେ ଈଶ ଗୌରୀ ମିଳିତରେ । ଆଭୋଗଃ ।