Matta Bala Kama Chapala

ମତ୍ତ ବଳ କାମ ଚପଳ
(Kabiratna Narayana Misra— Raga Kedara, Tala Ekatali)
(କବିରତ୍ନ ନାରାୟଣ ମିଶ୍ର— ରାଗ କେଦାର, ତାଳ ଏକତାଳି)

ବଳଭଦ୍ରବିଜୟପ୍ରବନ୍ଧ, କେଦାରରାଗେଣ
ମତ୍ତ ବଳ କାମ ଚପଳ ମତି ଆନନ୍ଦେ
ବର ରମଣୀ ସଙ୍ଗେ ଖେଳତି ଆ
ଚୁମ୍ବତେ ଚମକତି ପୁଣ ପୁଣ ଶ୍ଳିଷ୍ୟତି
ରହି ରହି ମହୀତଳେ ତୋଳତି ଆ । ଉଦ୍ଗ୍ରାହଃ ।

ପୂରିତ ମଦନ ମହୋତ୍ସବ ବଳଦେବ
ସର୍ବ କାମିନୀ ଘେନି ଚଳିଲେ ରେ
ବିଳସତି ବିହସତି ଗାୟତି ସୁଖଭରେ
ନିଜ ମନ୍ଦିରେ ଧୀରେ ମିଳିଲେ ରେ
ଦୁର୍ମଦ ଦ୍ୱିବିଦ ବଳୀ ମୁଖ ସଂହରି
ନିଜ ଜନ ମନୋରଥ ପୂରିଲେ ରେ । ସାର୍ଦ୍ଧଦ୍ୱିଗୁଣମାତ୍ରୋ ଧ୍ରୁବଃ ।

ସା ସା ସା ନି ସା ନ୍ନି ନ୍ନି ମ ପ ଧ ପ ନି ନି ନି ମ ଗ ରି ଗ ଧ ନ୍ନି ଧ ନି ଧ ପ
ଧରେ ଝା କୁ ନା କୁ ଝେ ତ୍ରିଣ କିଟ ତ୍ରି ଟ ଠ ଗତେ ନା ତେନା ନଂ ନ ନା ତେ ନା ରେ । ଆଭୋଗଃ ।