Na Pare Muruchi Re Se Syama

ନ ପାରେ ମୂରୁଛି ରେ ସେ ଶ୍ୟାମ
(Biramitrodaya— Raga Mukhari, Tala Ekatali)
(ବୀରମିତ୍ରୋଦୟ— ରାଗ ମୁଖାରୀ, ତାଳ ଏକତାଳି)

ନ ପାରେ ମୂରୁଛି ରେ ସେ ଶ୍ୟାମ ଝୁରୁଛି ରେ । ଘୋଷା ।

ବାମ ପାଣିରେ ଦେହଳୀ ଧରିଣ ଅଳପ ଢଳି
ମଣ୍ଡିବା ବେଳେ ପ୍ରତୋଳି ଚନ୍ଦ୍ରବଦନକୁ ତୋଳି
(ପଡ଼ି)
ବାରବାର ନଥ ମୋତିକି ଦୋହଲାଇ
ନବ କୁରୁବିନ୍ଦାଧରେ ମଧୁର ହସି
ପ୍ରଫୁଲ୍ଲ ସୁନ୍ଦର ସରସିଜ ନୟନକୁ
ଢାଳି ଚଞ୍ଚଳରେ ଚାହିଁବାର ଭଙ୍ଗୀକି । ୧ ।

ସଜାଇ ଶିଖଣ୍ଡ ଚୂଳେ କେଳି କଦମ୍ବର ମୂଳେ
ଉଭା ବେଳେ ସଖୀ ତୁଲେ ଯିବାରେ ଯମୁନା କୂଳେ । ୨ ।

ରାଗ ବଶେ କ୍ରୀଡ଼ା କୁଞ୍ଜେ ଆଗରୁ ସେ ଥିଲେ ତୁ ଯେ
ଧରି ଲାଜ ଭୀତିକି ଯେ କରିବା ସମୟେ ବିଜେ । ୩ ।

ଦେଖିବାକୁ ସଖୀ ତୁଲେ ଥିଲେ ତୁ ସଉଧ ଚୂଳେ
ବନରୁ ବାହୁଡ଼ା ବେଳେ ଚାଲନ୍ତେ ସେ ଗେଲେ ଗେଲେ । ୪ ।

ସ୍ୱର୍ଣ୍ଣପୁର ଯୁବପତି କହଇ ଧନ ଶ୍ରୀପତି
ବହି ବିରହ ବିପତ୍ତି ଦହି ନେଉଛି ସମ୍ପ୍ରତି । ୫ ।