Ke Achi To Bina Mo Saha

କେ ଅଛି ତୋ ବିନା ମୋ ସାହା ନବୀନା
(Biramitrodaya— Raga Sri, Tala Aditala)
(ବୀରମିତ୍ରୋଦୟ— ରାଗ ଶ୍ରୀ, ତାଳ ଆଦିତାଳ)

କେ ଅଛି ତୋ ବିନା
ମୋ ସାହା ନବୀନା ଏ ବ୍ରଜେ । ଘୋଷା ।

ପ୍ରାଣ କରି ଦେଖିବାକୁ ମୋ ସ୍ନେହ ପରଖିବାକୁ
ଉପଦେଶ ଯୋଖିବାକୁ ବିପଦରୁ ରଖିବାକୁ । ୧ ।

ଆସି ମୋ ପାଶେ ବସିବ ପରିହାସରେ ରସିବ
କୁତୁକ ବଶେ ହସିବ ହିତବଚନ ଭାଷିବ । ୨ ।

ଅନାଇ ମୋର ଆରତି ତୋଷିବ କହି ଭାରତୀ
ଶୁଣି ପର ଅକୀରତି ହୃଦୟ ହେବ କରତି । ୩ ।

ମନେ ରଖି ପ୍ରାଣ ପରା କରିବ ମୁଖେ ଟାପରା
ଅପ୍ରିୟ ହେଲେ ଅପରା ଦଣ୍ଡିବ ତାକୁ ତୋ ପରା । ୪ ।

କହେ ବୀରମିତ୍ରୋଦୟ ସିଂହ ତୁ ମୋର ହୃଦୟ
ନ ହୁଅ ସଖୀ ନିର୍ଦ୍ଦୟ ତେଜ ଛଳ ସମୁଦୟ । ୫ ।