(ବୀରମିତ୍ରୋଦୟ— ରାଗ ସୋମ, ତାଳ ଆଡ଼ତାଳି)
କିଞ୍ଚିତ ହେଲେ ତା ଚିତ୍ତ ତୋ ସ୍ନେହେ ନ ରସିଲା ରେ । ଘୋଷା ।
ଭାଷୁଁ ତୋର ଅନୁନୟ ଅସୁଖ ମଣି ହୃଦୟ
ଭିତରେ ଦ୍ୱିଗୁଣ ରୋଷ ଧରି ରଦ କଷିଲା ରେ । ୧ ।
ଭଙ୍ଗୀରୁ ହେଲେ ତାହାର ଅଙ୍ଗୀକାର କରିବାର
ଜଣା ନ ଗଲା କେବଳ ମନ୍ଦମନ୍ଦ ହସିଲା ରେ । ୨ ।
ଶଙ୍କା ନ ରଖି ଚିତ୍ତରେ ଏକା ତୁ କାନନାନ୍ତରେ
ଆସିଲୁ କି ହେତୁ ବୋଲି ବାରବାର ଘୋଷିଲା ରେ । ୩ ।
ବଳରେ ତାହା ପୟର ତଳରେ ଲଗାଉଁ ଶିର
କେହି ସଖୀ ମୋତେ ପଛ କରି ବସିଲା ରେ । ୪ ।
ତପନୀୟ ପୁର ଯୁବ ଭୂପତି ରଚେ ଏ ଭାବ
କହୁ କି ଗୁଣରେ ତାକୁ ଭଜିଲୁ ତୁ ସୁଶୀଳା ରେ । ୫ ।