(ଦ୍ୱିଜ ଲୋକନାଥ)
ଦେଖ ଦେଖ ଆଗୋ ସଖୀ ନନ୍ଦନନ୍ଦନ
ନନ୍ଦ ଘରେ ଜନମିଛି କଳା ବଦନ । ଘୋଷା ।
ତନୁ ଅତସୀ କୁସୁମ ଶରଦ ଚନ୍ଦ୍ର ବଦନ
ତିଳ କୁସୁମ ନାସିକା ଦିଶେ ଘଟଣ । ୧ ।
ସ୍ଥୂଳ କପୋଳେ ସୁରେଖ ଭ୍ରୂଲତା ମୋହନ ଚାପ
ହୃଦୟ ବୃଷାଳ ପଦ୍ମ ପ୍ରାଏ ଯତନ । ୨ ।
ବାହୁ ଦିଶଇ ମୃଣାଳ ଲାବଣ୍ୟ ପାଦ ଯୁଗଳ
ଜାତ ହୋଇଛି କି ଆସି ଏଥି ମଦନ । ୩ ।
ଅତି ନହୁଲି ମୂରତି ଗୋପୀ ଆନନ୍ଦେ ଦେଖନ୍ତି
କହେ ଦ୍ୱିଜ ଲୋକନାଥ କରି ରଚନ । ୪ ।