(ଦ୍ୱିଜ ଲୋକନାଥ)
ନାରଦ ଗୀତ
ମନ ହୋ ବୁଝିଲ କି ଅଛି ମିଥ୍ୟା ସଂସାରେ । ଘୋଷା ।
ସ୍ୱୟଂ ଜଗନ୍ନାଥ ନର ଦେହ ଜାତ
ଆଛା ମନ ଦେଖିବା ନନ୍ଦ ମନ୍ଦିରେ । ୧ ।
କାଳିନ୍ଦୀର ତଟ କେଳି ବଂଶୀବଟ
ଆଛା ମନ ଭ୍ରମଣ କରିବା ଥରେ । ୨ ।
ଯମୁନାରେ ସ୍ନାନ କରି ଦରଶନ
ଆଛା ମନ କରିବା ସେ ଗୋପପୁରେ । ୩ ।
ଲୋକନାଥ ଭଣି ଏତେ ଭାଳି ମୁନି
ଆଛା ମନ ଗମନ କଲେ ସଧୀରେ । ୪ ।