(ଦ୍ୱିଜ ଲୋକନାଥ)
ଯଶୋଦା ତୋର କହ୍ନାଇ ରୀତି
ନ ରହିବୁ ଆମ୍ଭେ ବ୍ରଜ ଯୁବତୀ । ଘୋଷା ।
ଲୁଚି ଲୁଚି କାହା ପୁରେ ମିଳନ୍ତି ଗୋ
ଗମ୍ଭୀରେ ପଶି ଲବଣୀ ଭୁଞ୍ଜନ୍ତି । ୧ ।
କାହାର ଖେଳିବା ପୁଅ କାନ୍ଦନ୍ତି ଗୋ
ଆଶ୍ୱାସି କହିଲେ ତହୁଁ ପଳାନ୍ତି । ୨ ।
ଶିକାରେ କାହାର ଭାଣ୍ଡ ଦେଖନ୍ତି ଗୋ
ଯଷ୍ଟିରେ ଫୋଡ଼ିଣ ତୁଣ୍ଡ ପାତନ୍ତି । ୩ ।
ଦିନେ ଦେଖିଲେ ପଥରେ ଆସନ୍ତି ଗୋ
ଚିକ୍କଣ କାଳିଆ ମଧୁର ମୂର୍ତ୍ତି । ୪ ।
କହେ ଲୋକନାଥ ତା ପାଦେ ମତି ଗୋ
ଏକା ସେହି ନନ୍ଦଗୋପ ସମ୍ପତ୍ତି । ୫ ।