Syama Sundara Mati Khai

ଶ୍ୟାମ ସୁନ୍ଦର ମାଟି ଖାଇ
(Dwija Lokanatha)
(ଦ୍ୱିଜ ଲୋକନାଥ)

ଶ୍ୟାମ ସୁନ୍ଦର ଶ୍ୟାମ ସୁନ୍ଦର
ମାଟି ଖାଇ ଦେହ କଲୁ ତୁ ନାରଖାର । ଘୋଷା ।

ଖେଳିବାକୁ ତୁହି ଗଲୁ ବଳରାମକୁ ମାଇଲୁ
କାନ୍ଦି କରି କହେ ଆସି ମୋ ଆଗର । ୧ ।

ବଡ଼ ଦୁରୁଦଣ୍ଡ ହେଉ ଦାଣ୍ଡେ ମୋତେ ନ ଚଳାଉ
ଝିଙ୍ଗାସ ସହିବି ଆଉ କେତେ କାହାର । ୨ ।

ଗୋପୀଙ୍କର ଘରେ ପଶୁ କହିଲେ ତୁ କେତେ ରୁଷୁ
କାର କେତେ ସହି ଦେହ କଲି ପଥର । ୩ ।

ଯେବେ ଖାଇନାହୁଁ ମାଟି ମୋତେ ଦେଖା ବେଗେ ପାଟି
କୋଳେ ଧରି ଭୁଞ୍ଜାଇବି ଲବଣୀ ସର । ୪ ।

ମାତାଙ୍କ ବଚନ ଶୁଣି କାନ୍ଦି କହେ ନୀଳମଣି
ଲୋକନାଥ ଦ୍ୱିଜ କହେ ହେ ଗିରିଧର । ୫ ।