Brajaraja Kumara Aja Nasibe Bibeka

ବ୍ରଜରାଜ କୁମର ଆଜ ନାଶିଲେ ବିବେକ
(Anonymous— Raga Sankarabharana, Tala Jhula)
(ଅଜ୍ଞାତ କବି— ରାଗ ଶଙ୍କରାଭରଣ, ତାଳ ଝୁଲା)

ବ୍ରଜରାଜ କୁମର
ଆଜ ନାଶିଲେ ବିବେକ ମୋର ଗୋ । ଘୋଷା ।

ଆଗୋ ପାଣି ମୋହର ଧଇଲେ
ବାଣୀରେ ମୋ ମନ ରଞ୍ଜାଇ ଦେଲେ ଗୋ
ବୀଣାବାଣୀ ଶୁଣାଇଲେ ଗୋ । ୧ ।

ଆଗୋ ନିର୍ଜନ ହୋଇଛି ବନ
କୁଞ୍ଜରେ ବିଜୟେ ରାଧାମୋହନ ଗୋ
ସଙ୍ଗେ ଛନ୍ତି ସଖୀଗଣ ଗୋ । ୨ ।

ଆଗୋ ବନ ପାଇଁ ଥିଲି ଯାଇ
ବନଜ ନେତ୍ରଙ୍କୁ ବନରେ ଦେଖିଣ
ବନରେ ପଶିଲି ଯାଇ ଗୋ । ୩ ।

ଆଗୋ ଧର ଧର ସେ ବୋଲଇ
ଧରାଧର ନାଥ ପାଶକୁ ଯାଇ ଗୋ
ଧରମ ସହିବ ନାହିଁ ଗୋ । ୪ ।