(ଜୟକୃଷ୍ଣ— ରାଗ ଆନନ୍ଦ, ତାଳ ଆଡ଼ତାଳି)
ବୃନ୍ଦାବନ ମଣ୍ଡଳ ଛବିକି ଅନା ଚନ୍ଦ୍ରବଦନା । ଘୋଷା ।
କିଏ ଜାତ କଲା ଏ ଗୋପ ନଗର
ବଜ୍ର ନ ପଡ଼ିଲା ତାର ମସ୍ତକର
ଇନ୍ଦ୍ରପଦ ଦେଲା ମାନବ ହସ୍ତର
ବାଜିଲା ନାଗରା ବାନା । ୧ ।
ଶୁକକୁ ନିନ୍ଦଇ ନାସିକା ମୁକୁତା
ବାଳ ଅର୍କଲତା ଅଧରେ ଶୋଭିତା
ବାଙ୍କ ଚାହାଣୀ ମାର ଧନୁ ଭ୍ରୂଲତା
କରେ ଶକ୍ର ଗର୍ବ ଚୂନା । ୨ ।
ଗଳେ ବନମାଳ କରେ ହେମ ବାଡ଼ି
ଲାଜ ଭୟ ସିନା ଦେଉଛି ଘଉଡ଼ି
ବାଜେ କଟୀରେ ରୁଣଝୁଣ ଘାଗୁଡ଼ି
ହରାଏ ଚିତ୍ତୁ ଚେତନା । ୩ ।
କହେ ଉପଇନ୍ଦ୍ର ବିନୟ ଉତ୍ତର
ଜାଣିଥିଲେ ଛାଡ଼ି ନ ଦିଅନ୍ତି ଏଥର
ଏଥକୁ ଆସିଲେ ନ ହୋଇ କାହାର
ବାଜିଲା ନାଗରା ବାନା । ୫ ।
ଜୟକୃଷ୍ଣ ଭଣି ରାଧା ବାଣୀ ଶୁଣି
ଜାଣି ଶୁଣି ହେଲୁ ବରଜ ତରୁଣୀ
ନ ରୁଚଇ ମୋତେ ନରୋତ୍ତମ ବାଣୀ
ଯମୁନା କେ କଲା ମନା । ୬ ।