(ରଘୁନାଥ— ରାଗ କଲ୍ୟାଣ, ତାଳ ଅଟ୍ଟତାଳ)
ଆହା କି କଲି ପୀରତି ସାହା ହୀନ ଦେଖି ରତି
ନାହା ଦିଅଇ କରତି ଏହା କି ନୀତି
ତାହା ପରା ରସବତୀ ଯାହା ହେଲାଏ ଅଗତି
କାହାର ଏ ଅପଖ୍ୟାତି ତାହାର ନ ସରେ ରାତି । ୧ । ଘୋଷା ।
ଏହିପରି ପରିହର କାହିଁକି ନୀତି
ସେହିକି ତୁମ୍ଭର ପରି କହି ଜାଣେ କୁଭାରତୀ । ପଦ ।
ସାରିବ ଯେବେ ମହତ୍ୱ ପାରିବକି ସେ କହ ତ
ପାରୀନ୍ଦ୍ରମଧ୍ୟମା ସତ ଘାରି ହୋଏ ତ
ସାରିବାକୁ ସ୍ନେହ ବିତ୍ତ ଭାରିହେଲାନି ଜୀବିତ
ବାରିଜନୟନ ପ୍ରାନ୍ତେ ହେରିଲା ନାହିଁ ଏକାନ୍ତେ । ୨ ।
ହେବି ବୋଲି ସିନା ତ୍ରାହି ସେବିଛି ତୁମ୍ଭଙ୍କୁ ସେହି
ସେ ବିରସକୁ ତେଜଇ ଛବିକି ଚାହିଁ
ଏ ବିଚ୍ଛେଦରେ ମୁଁ କେହି ନେବି କାଳ ବୋଲେ ସହୀ
ତା ବିକଳ କଳି ନୋହି ଭାବି ରଘୁନାଥ କହି । ୩ ।