(ଆର୍ତ୍ତବନ୍ଧୁ ଦାଶ— ଏକତାଳି)
ତୁ ପରା ନାଗରୀ ହୀରା ଧରାମଣ୍ଡନା
ନଳିନ ବଦନ ମଳିନ କରୁ ସୁମନା । ଘୋଷା ।
ଜାଣି ଅପରାଧ କାହିଁ କରି ନାହିଁରେ ସୁମୁହୀଁ
ବୃଥା ରୋଷ ବହି ସହୀ ଆଉ ରୁଷନା । ୧ ।
ପ୍ରିୟସହୀ ଅବା କେହି କହିଥିବେ ଛନ୍ଦ ବହି
ଶୁଣି ବାଣୀ ପୁଣି ତୁହି କରୁ ଶୋଚନା । ୨ ।
କରିଥିଲେ ଅବା ଦୋଷ ବଳେ ଦଣ୍ଡିବୁ ବାଳୀଶ
ଦଣ୍ଡିଲେ ହେବ ଅଯଶ ଲୋକେ ହସାନା । ୩ ।